ଶରତ ପାୱାରଙ୍କ ପ୍ରଶ୍ନର ଉତ୍ତର ରଖିଲି କଂଗ୍ରେସ ନେତା ଶଶି ଥରୁର

ବେଙ୍ଗାଲୁରୁ : ‌ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ପରେ ବିରୋଧୀମାନେ ଏକଜୁଟ ରହିବା ସମ୍ଭାବନା କ୍ଷୀଣ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ନେତା ଶଶୀ ଥରୁର ରବିବାର କହିଛନ୍ତି ପାୱାରଙ୍କ ଯୁକ୍ତି ତାର୍କିକ ମନେ ହେଉଛି କିନ୍ତୁ ଏନସିପି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସହିତ ବଜେଟ ଅଧିବେଶନ ଶେଷ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ରହିଥିଲା। ଥରୁର କହିଛନ୍ତି ଆମେ ମଧ୍ୟ ପାୱାରଙ୍କ ଯୁକ୍ତିକୁ ବୁଝୁଛୁ। ଯୁଗ୍ମ ସଂସଦୀୟ କମିଟି ବା ‌ଜେପିସି ହେଲେ ସେଥିରେ ଶାସକ ଦଳର ମଧ୍ୟ ସଦସ୍ୟ ରହିବେ। ଯଦି ଜେପିସି ଗଠନ ହୁଏ ବିଜେପି ଓ ଏନଡିଏର ୫୦ ପ୍ରତିଶତରୁ ଅଧିକ ସଦସ୍ୟ ରହିବେ। ଏହା ସତ୍ତ୍ବେ ବିରୋଧୀ ଦଳ ପ୍ରଶ୍ନ ପଚାରିପାରିବା ସହିତ ଉତ୍ତର ଏବଂ ପ୍ରମାଣ ମଧ୍ୟ ମାଗିପାରିବ। ତେଣୁ ଜେପିସି ଗଠନ ପାଇଁ କଂଗ୍ରେସ ଜିଦ୍‌ ଧରିବାର ଏହା ହେଉଛି କାରଣ ବୋଲି ସେ କହିଛନ୍ତି।

ଯଦିଓ ପାୱାର ବର୍ତ୍ତମାନ ପୃଥକ୍‌ ମତ ଦେଉଛନ୍ତି ତଥାପି ବଜେଟ ଅଧିବେଶନରେ ତାଙ୍କ ଦଳ ଆମ ସହିତ ଥିଲା। ବିଜୟ ଚୌକକୁ ପ୍ରତିବାଦ ଶୋଭାଯାତ୍ରାରେ ତାଙ୍କ ଦଳ ସାମିଲ ହୋଇଥିଲା। ଏନ୍‌ସିପି ବ୍ୟତୀତ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଜେପିସି ପରିବର୍ତ୍ତେ ଅଦାଲତଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଦାବି କରୁଛି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପିର ୩୦୩ ଜଣ ସଦସ୍ୟ ଥିବାବେଳେ ରାଜ୍ୟସଭାରେ ୨୩୮ ସଦସ୍ୟଙ୍କ ମଧ୍ୟରେ ଏହାର ୯୧ ଜଣ ସଦସ୍ୟ ରହିଛନ୍ତି।

Comments are closed.