ମୁହଁ ଖୋଲିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
ହରିୟାଣା ହାରି ଯାଇଛି କଂଗ୍ରେସ। ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠିଛି। ନିର୍ବାଚନ ଫଳାଫଳ ପରଠାରୁ ରାହୁଲ ଗାନ୍ଧି ଗାଏବ ଥିଲେ। ସେ କୌଣସି ବୟାନ ଦେଇନଥିଲେ କି ସୋସିଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ କରିନଥିଲେ। ଏବେ ହରିୟାଣା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ସେ ହଠାତ୍ ପ୍ରକଟ ହୋଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି
ଆଜି ନିଜର ନୀରବତା ଭାଙ୍ଗିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହରିୟାଣାର ଫଳାଫଳକୁ ସେ ଅପ୍ରତ୍ୟାଶିତ ବୋଲି ବର୍ଣ୍ଣନା କରିଛନ୍ତି। କାହିଁକି କଂଗ୍ରେସ ହରିୟାଣାରେ ହାରିଲା, ସେ ନେଇ ବିଶ୍ଲେଷଣ ଚାଲିଛ ବୋଲି ସେ କହିଛନ୍ତି। କ୍ଷମତାର ଅପବ୍ୟବହାରର କାହାଣୀକୁ ସେ ଦୋହରାଇଛନ୍ତି। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ସେ ନିର୍ବାଚନ ଆୟୋଗଙ୍କୁ ଜଣାଇବେ ବୋଲି କହିଛନ୍ତି।
Comments are closed.