ଅମୃତପାଲ ସିଂହଙ୍କ ବିରୋଧରେ ନକହିବାକୁ କଂଗ୍ରେସ ନେତା ରବନୀତ ସିଂହ ବିଟଙ୍କୁ ଧମକ

ଲୁଧିଆନା : କଂଗ୍ରେସର ଲୁଧିଆନା ଏମ୍‌ପି ରବନୀତ ସିଂହ ବିଟ୍ଟୁ ଦାବି କରିଛନ୍ତି ଯେ ଖଲିସ୍ତାନୀ ଉଗ୍ରବାଦୀ ନେତା ଅମୃତପାଲ ସିଂହଙ୍କ ବିରୋଧରେ କହିବା ବନ୍ଦ ନ କଲେ ଭୟଙ୍କର ପରିଣତି‌ ଭୋଗିବାକୁ ପଡ଼ିବ ବୋଲି ତାଙ୍କୁ ଫୋନ୍‌ରେ ଧମକ ମିଳିଛି। ତିନିଥର ଏମ୍‌ପି ହୋଇଥିବା ବିଟ୍ଟୁ ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ନାତି। ବିୟନ୍ତ ସିଂହଙ୍କୁ ୧୯୯୫ ମସିହାରେ ହତ୍ୟା କରାଯାଇଥିଲା।

ସମ୍ପ୍ରତି ଛତିଶଗଡ଼ରେ ଅନୁଷ୍ଠିତ କଂଗ୍ରେସର ୮୫ତମ ମହାଧିବେଶନରେ ଯୋଗ ଦେଇଥିବା ସିଂହ କହିଛନ୍ତି, ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଅମୃତପାଲ ସିଂହଙ୍କ ବିରୋଧରେ କହିବା ବନ୍ଦ ନ କଲେ ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଫୋନକର୍ତ୍ତା ଧମକ ଦେଇଥିଲା। ଏନେଇ ଏମ୍‌ପି ଜଣକ ଘୁମର ମଣ୍ଡି ଥାନାରେ ଏକ ଏତଲା ଦାଏର କରିଛନ୍ତି।

Comments are closed.