ଗଣତନ୍ତ୍ରର ରକ୍ଷା ପାଇଁ ପ୍ରଧାମନ୍ତ୍ରୀଙ୍କୁ ହତ୍ୟା କରିବାକୁ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ସମ୍ବିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଆହ୍ୱାନ ଦେଇ ଅଡ଼ୁଆରେ ଫସିଛନ୍ତି କଂଗ୍ରେସ ନେତା ରାଜା ପଟେରିଆ। ତାଙ୍କର ଏପରି ବିବାଦୀୟ ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ସେ ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ସେ ନରେନ୍ଦ୍ର ମୋଦିଙ୍କୁ ପରବର୍ତ୍ତୀ ନିର୍ବାଚନରେ ହରାଇବା ପାଇଁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହାକୁ ଭୁଲ ଭାବେ ଚିତ୍ରଣ କରାଯାଉଥିବା ସେ ସଫେଇ ଦେଇଛନ୍ତି।

ସେ କହିଛନ୍ତି, “ସମ୍ଭବତଃ କଥା କହିବା ବେଳେ ଏପରି ଶବ୍ଦ ବାହାରି ଯାଇଥିବ। କିନ୍ତୁ ଯେଉଁମାନେ ଏହାକୁ ରେକର୍ଡ କରିଛନ୍ତି, ସେମାନେ ଏହାକୁ ଭୁଲ ପରିପ୍ରେକ୍ଷୀରେ ବିଚାର କରିଛନ୍ତି। ସେମାନେ ନିଜ ଇଚ୍ଛା ଅନୁସାରେ ମୋ ବୟାନକୁ ଉପସ୍ଥାପନ କରିଛନ୍ତି। ବାସ୍ତବରେ ମୋର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା।”

କାଲିଠାରୁ ରାଜାଙ୍କ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ତାଙ୍କ ପାଖରେ ଛିଡ଼ା ହୋଇଥିବା ସମର୍ଥକଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ କହୁଥିବା ଭିଡିଓରେ ସ୍ପଟ ଭାବେ ଶୁଣିବାକୁ ଓ ଦେଖିବାକୁ ମିଳୁଛି।

ଏହି ଭିଡିଓ ଭାଇରାଲ ହେବାରେ କ୍ଷମତାସୀନ ବିଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ମହାତ୍ମା ଗାନ୍ଧିଙ୍କୁ ନୁହେଁ ବରଂ ଫାଶୀବାଦୀ ଚିନ୍ତାଧାରା ରଖିଥିବା ମୁସୋଲିନିକୁ ଅନୁସରଣ କରୁଛି ବୋଲି ବିଜେପି କହିଛି।

Comments are closed.