ଜାଣନ୍ତୁ କିଏ ହେଲେ କଂଗ୍ରେସର ନୂଆ ମିଡ଼ିଆ ପ୍ରଭାରୀ
ନୂଆଦିଲ୍ଲୀ : ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ଚିନ୍ତନ ଶିବିର ପରେ କଂଗ୍ରେସରେ ପ୍ରଥମ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳ ପକ୍ଷରୁ ଜୟରାମ ରମେଶଙ୍କୁ ମିଡିଆ ପ୍ରଭାରୀ ଓ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ରଣଦୀପ ସୁର୍ଜଓ୍ବୋଲାଙ୍କୁ କଂଗ୍ରେସ ମୁକ୍ତ କରିଛି। ବର୍ତ୍ତମାନ ସେ କର୍ନାଟକର ପ୍ରଭାରୀ ରହିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଦଳ ପକ୍ଷରୁ ଜୟରାମ ରମେଶଙ୍କୁ ପ୍ରଭାରୀ ମହାସଚିବ ନିଯୁକ୍ତ କରାଯିବା ସହ କମ୍ୟୁନିକେସନ, ପବ୍ଲିସିଟି ଓ ମିଡିଆ (ସୋସିଆଲ ଓ ଡିଜିଟାଲ ମିଡିଆ ସମେତ)ର ପ୍ରଭାରୀ ମହାସଚିବ ମଧ୍ୟ ରହିବେ। ଶୁକ୍ରବାର ଏନେଇ କଂଗ୍ରେସ ସଙ୍ଗଠନ ପ୍ରଭାରୀ ଓ ଦଳର ମହାସଚିବ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ଘୋଷଣା କରାଯାଇଛି।
Comments are closed.