ଜାଭେଲିନ ଥ୍ରୋ ରେ ଦେଶ ଜିତିଲା ପ୍ରଥମ ପଦକ

ବର୍ମିଂହାମ: ଦେଶ ପାଇଁ ପୁଣି ଏକ ପଦକ ଜିତିଲେ ଆଉ ଜଣେ ଆଥଲେଟ୍‌। ରବିବାର ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୨ରେ ମହିଳା ଜାଭେଲିନ ଥ୍ରୋ ବର୍ଗରେ  ଅନୁରାଣୀ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଫାଇନାଲରେ ଜାଭେଲିନରେ ପଦକ ଜିତବାରେ ଅନୁରାଣୀ ପ୍ରଥମ ଭାରତୀ ହେବାରେ ଗୌରବ ଅର୍ଜନ କରିଛନ୍ତି । ୬୦ ମିଟର ଥ୍ରୋରେ ଅନୁରାଣୀ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।  ତେବେ ଆଉ ଜଣେ ଭାତୀୟ ଶିଳ୍ପାରାଣୀ ଜାଭେଳିନ ଥ୍ରୋରେ ସପ୍ତମ ରାଉଣ୍ଡରେ ଅଟକିଯାଇନ୍ତି।

ଏହି ପ୍ରତିଯୋଗିତାରେ ଅଷ୍ଟେଲିୟାର କେଲସି-ଲି ବାରବର୍ ସ୍ୱର୍ଣ୍ଣପଦକ ଜିତିଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମାକେଞ୍ଜି ଲିଟେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟପଦକ ହାତେଇଛନ୍ତି।  ଏହା ହେଉଛି ରାଣୀଙ୍କ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ।

Comments are closed.