ଗରମରୁ ମିଳିଲା ଆଶ୍ୱସ୍ତି

ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସହିତ ଅନ୍ୟ କିଛି ସ୍ଥାନରେ ପାଗ ମେଘୁଆ ରହିଛି। ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ପାଗ ମେଘୁଆ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ପୁଣି ୩ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଗତକାଲି ରାଜ୍ୟର ୫ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଓ ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ବଲାଙ୍ଗିରରେ ୪୦.୨ ଓ ନୟାଗଡ଼ରେ ୪୦ ଡିଗ୍ରୀ ରହିଥିଲା। ସେହିପରି ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ, ସୋନପୁରରେ ୩୯.୪, ନୂଆପଡ଼ାରେ ୩୯.୪, ଝାରସୁଗୁଡ଼ାରେ ୩୯.୩ ଓ ପାରଳାଖେମୁଣ୍ଡିରେ ୩୯.୨ ଡିଗ୍ରୀ ରହିଥିଲା।

Comments are closed.