କଟକରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ

କଟକ : ରୂପାର ସହରରେ ଲାଗିଛି କଳଙ୍କି । ନକଲି ଜିନିଷର ଗନ୍ତାଘର ପାଲଟିଛି କଟକ ।  ରୂପାର ସହର କଟକରେ ଚାଲିଛି ବେଧଡକ ନକଲି ଜିନିଷର କାରବାର  । ବେପାର ଲାଭ ଆଶାରେ ଅନେକ ନକଲି ଜିନିଷ ସୃଷ୍ଟି କରି ନିରିହ ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କିଛି ବେପାରୀ  । ବିଗତ କିଛି ଦିନ ପୂର୍ବରୁ କଟକ ସହରରୁ ନକଲି ଜାମ, ଘିଅ, ସର୍ଫ, ଟମେଟୋ ସସ୍, ନକଲି ଚା’, ନକଲି ସିମେଣ୍ଟ ଭଳି ଅନେକ ନକଲି ଜିନିଷ ଜବତ ହୋଇଥିବାବେଳେ ଆଜି କଟକ ଜଗତପୁରରେ ନକଲି ମୃ୍ୟଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ଭାବେ ରେଡ୍ କରିଛନ୍ତି । ନାମି ଦାମି କମ୍ପାନୀର ଲୋଗୋକୁ ଜାଲ କରି ଏହି ଫ୍ୟାକ୍ଟ୍ରି ଚାଲିଥିଲା ।

Comments are closed.