ଲୋୟର ଇନ୍ଦ୍ର ଡ୍ୟାମର ଲୋକାର୍ପଣ: ନୂଆପଡାକୁ ୪ ହଜାର କୋଟିର ଭେଟି
ନୂଆପଡା: ଆଜି ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ନୂଆପଡାରେ ପହଞ୍ଚିବା ପରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମର ଉଦଘାଟନ କରିଛନ୍ତି ନବୀନ । କୋମନା ବ୍ଲକ ତିଖାଲି ଡ୍ୟାମ ସାଇଟରେ ଉଦଘାଟନ କରିଛନ୍ତି ନବୀନ । ନୂଆପଡ଼ା ତିଖାଲିରେ ୧୭୫୪ କୋଟି ବ୍ୟୟରେ ହୋଇଛି ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ଯୋଗୁଁ ପ୍ରାୟ ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି ।
ତେବେ କରୋନା ପରେ ନୂଆପଡାକୁ ବଡ ଭେଟି ଦେଇଛନ୍ତି ନବୀନ । ରାଜ୍ୟ ସରକାର ଶ୍ରମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ନୂଆ ଓଡିଶାର ବିକାଶ ଧାରାରେ ନୂଆ ଫର୍ଦ୍ଦ ଯୋଡିଛି ନୂଆପଡା । ୨ ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦.୨୯ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ମଧ୍ୟ କରିଛନ୍ତିି ନବୀନ ।
Comments are closed.