ଋଷକୁ ସାମରିକ ସହଯୋଗ କରିବ ଚୀନ

0

ୱାସିଂଟନ : ପ୍ରାରମ୍ଭିକ ଆମେରିକୀୟ ଗୋଇନ୍ଦା ସୂଚନା ଅନୁସାରେ ୟୁକ୍ରେନ୍ ବିରୋଧରେ ଲଢ଼ିବା ଲାଗି ଚୀନ୍ ମାରାତ୍ମକ ଅସ୍ତ୍ରଶସ୍ତ୍ର ରୁଷ୍‌କୁ ଦେବାକୁ ଚିନ୍ତା କରୁଛି। ଏହି ଗୋପନୀୟ ସୂଚନା ବାଇଡେନ ପ୍ରଶାସନରେ ଚିନ୍ତା ଉଦ୍ରେକ କରିଛି। କାରଣ ଯଦି ସୂଚନା ସତ ହୁଏ ଏବଂ ଚୀନ୍ ରୁଷ୍‌କୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରେ ତେବେ ୟୁକ୍ରେନ୍ ଯୁଦ୍ଧ ରୁଷ୍ ସପକ୍ଷରେ ଯିବା ନିଶ୍ଚିତ।

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ, ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ସ ବର୍ଣ୍ଣସଙ୍କ ସମେତ ଆମେରିକା ପ୍ରଶାସନର ବହୁ ବରିଷ୍ଠ ନେତା ଓ ଅଧିକାରୀ ଉକ୍ତ ଗୋପନୀୟ ଗୁଇନ୍ଦା ରିପୋର୍ଟକୁ ବିଶ୍ବାସ କରୁଛନ୍ତି ଏବଂ ରୁଷ୍‌କୁ ସାହାଯ୍ୟ ନ କରିବା ପାଇଁ ଚୀନ୍‌କୁ ଚେତାବନୀ ଦେଇଛନ୍ତି। ତେବେ ଚୀନ୍ ପକ୍ଷରୁ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଦେବା ଲାଗି କୌଣସି ଯୋଜନା ନାହିଁ ବୋଲି କହି ଚୀନ୍ ଉକ୍ତ ଅଭିଯୋଗକୁ ଅସ୍ବୀକାର କରିଛି।

ଜାତୀୟ ସୁରକ୍ଷା ପରିଷଦ (ଏନ୍‌ଏସ୍‌ସି) ମୁଖପାତ୍ର ଜନ କିର୍ବି ଶୁକ୍ରବାର ଏକ ହ୍ବାଇଟ୍ ହାଉସ୍ ପ୍ରେସ୍ ବ୍ରିଫିଂରେ କହିଛନ୍ତି, ଚୀନ୍ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଦେବା ନିଷ୍ପତ୍ତିରେ କେତେଦୂର ଅଟଳ ତାହା ଆମେରିକାକୁ ଜଣା ନାହିଁ। ତେବେ ଚୀନ୍ ଏପରି କରିବା ଅସମ୍ଭବ ନୁହେଁ ବୋଲି ଆମେରିକା ବିଚାର କରୁଛି।

Leave A Reply

Your email address will not be published.