ଭାରତ ମହାସାଗରେ ଭାରତର ପ୍ରଭାବକୁ ନ୍ୟୂନ ଚାହେଁ ଚୀନ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନୁଷ୍ଠିତ ଡିଜିପି-ଆଇଜିପି ବୈଠକରେ ଉପସ୍ଥାପିତ ଦଲିଲରୁ ଜଣାପଡ଼ିଛି ଯେ, ଚୀନ୍ ଚାହେ ଭାରତ ମହାସାଗରରେ ଭାରତର ପ୍ରଭାବକୁ ନ୍ୟୂନ କରି ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଓ ଆଇଜିପିମାନଙ୍କ ବୈଠକର ତୃତୀୟ ଦିବସରେ ଆଇପିଏସ୍ ଅଫିସରମାନେ ଏହି ଦଲିଲ ଉପସ୍ଥାପନ କରିଥିଲେ।
ଏଥିରୁ ଜଣାପଡ଼ିଛି ଯେ, ଦକ୍ଷିଣପୂର୍ବ ଓ ଦକ୍ଷିଣ ଏସିଆରେ ଉନ୍ନୟନ କାର୍ଯ୍ୟ ପାଇଁ ଋଣ ଆକାରରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛି ଚୀନ୍। ଶେଷରେ ଋଣ ଶୁଝି ନ ପାରି ସେମାନେ ଚୀନ୍ କଥାରେ ଉଠବସ ହେବେ। ବେଜିଂର ସର୍ତ୍ତ ଅନୁଯାୟୀ ଦ୍ବିପାକ୍ଷିକ ଚୁକ୍ତିରେ ସେହିସବୁ ଦେଶ ସ୍ବାକ୍ଷର କରିବାକୁ ବାଧ୍ୟ ହେବେ। ସେତେବେଳେ ଭାରତ ମହାସାଗର ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ବଢ଼ିବ।
ଏହି ତ୍ରିଦିବସୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଡିଜିପି ଓ ଆଇଜିପି ପାହ୍ୟାର ପ୍ରାୟ ୩୫୦ ପୁଲିସ ଅଫିସର ଯୋଗ ଦେଇଥିଲେ।