ଚିଲିକା ମଝିରେ ଅଟକିଛନ୍ତି ୪୦ ଯାତ୍ରୀ

କୃଷ୍ଣପ୍ରସାଦ : ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଅଟକିଲା ଡଙ୍ଗା। ଡଙ୍ଗାକୁ  କିପରି ବାଉଁଶ କାତ ମାଧ୍ୟମରେ କୂଳରେ ଲଗାଯାଇପାରିବ ଉଦ୍ୟମ ଚଲାଇଛି ନାଉରି।

ଆଜି ସକାଳେ ଏକ ଦେଶୀ ଡଙ୍ଗା  ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଦେଢ଼ କିମି ଯିବା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍ ରହିଛି।  ତେବେ ମଝି ଚିଲିକାରେ ଫସି ରହିଥିବା କାରଣରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି। ନାଉରିଆ ଡଙ୍ଗାକୁ ବାଉଁଶ କାତ ମାଧ୍ୟମରେ କୂଳକୁ ଆଣିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମେ’ ୬ ତାରିଖ ଦିନ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁ ଚିଲିକାରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କୁ ମୃତ୍ୟୁ ଘଟିଥିବା ୧୧ଜଣଙ୍କୁ ଉଦ୍ଧାର କରାଯାଇଥିଲା।

Comments are closed.