ଛାତ୍ର ଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ କରିଥାଏ ଶିଶୁ ମହୋତ୍ସବ ସୁରଭି।

ଛାତ୍ର ଛାତ୍ରୀ ଙ୍କ ଲୁକ୍ କାୟିତ୍ ପ୍ରତିଭା କୁ ବିକଶିତ କରିବା ପାଇଁ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି।ଆଜିର ଶିଶୁ କାଲିର ଭବିଷ୍ୟତ ,ଛାତ୍ର ଛାତ୍ରୀ ହେଉଛନ୍ତି ଦେଶ ପ୍ରଗତିର ମେରୁଦଣ୍ଡ।ତେଣୁ ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ହେଉଛି ଏକ ଉତ୍କୃଷ୍ଟ କାର୍ଯ୍ୟକ୍ରମ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଜି ହେଉଛି ଏକ ସ୍ବତନ୍ତ୍ର ଦିବସ ଯାହାକି ସେମାନେ ତାଙ୍କ ଲୁକ୍ କାୟିତ ପ୍ରତିଭା କୁ ବିକଶିତ କରିବେ ବୋଲି କହିଥିଲେ ।ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ,ଅଳଙ୍କାର ପିନ୍ଧିବା ଦ୍ଵାରା ଯେପରି ଜଣେ ସୁନ୍ଦର ଦେଖାଯାଏ ସେହିପରି ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ହେଲେ ଛାତ୍ର ଛାତ୍ରୀ ମାନଙ୍କ ସୁନ୍ଦରତା ବଢ଼ିଥାଏ ,ଯାହାକି ଏହି କାର୍ଯ୍ୟକ୍ରମ ଦ୍ବାରା ସମ୍ଭବ ବୋଲି ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା , ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ୍,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,କବିତା ଦାଶ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ

।ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସି ଆର୍ ସି ସି କୈଳାଶ ନାୟକ ଏବଂ ଶିକ୍ଷକ ଅଶୋକ କୁମାର ପଣ୍ଡା।ସୁରଭି କାର୍ଯ୍ୟକ୍ରମ ରେ ୨୭ ଟି ବିଭାଗର ପ୍ରତିଯୋଗିତା ହୋଇଥିବା ବେଳେ ନୂଆଗାଁ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ୨୭୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରୁ ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

Comments are closed.