ରେଳ ସୁରକ୍ଷା ବଳଙ୍କ ଦ୍ୱାରା 8 ଶିଶୁ ଶ୍ରମିକ ଉଦ୍ଧାର

ଜଟଣୀ (ସଞ୍ଜୀବ କୁମାର) : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ(ଜଟଣୀ ) ରେଳ ସୁରକ୍ଷା ବଳଙ୍କ ଦ୍ୱାରା 8 ଶିଶୁ ଶ୍ରମିକ ଉଦ୍ଧାର |
ଏବେ ଦ୍ରୁତ ଗତିରେ ବଢ଼ି ଚାଲିଛି ନାବାଳକ ଶ୍ରମିକ ଚାଲାଣ । ଯାହାର ଏକ ନମୁନା ଦେଖିବାକୁ ମିଳିଛି ଜଟଣୀ ଖୋର୍ଦ୍ଧାରୋଡ ଷ୍ଟେସନରେ । ସୂଚନା ମୁତାବକ ବିହାର ମୁଜାଫରପୁରରୁ ୟସବନ୍ତପୁରକୁ ଯାଉଥିବା ମୁଜାଫରପୁର ୟସବନ୍ତପୁର ଏକ୍ସପ୍ରେସ  ଟ୍ରେନରେ 8ଜଣ ନାବାଳକ ଶ୍ରମିକ କାମ କରିବାକୁ ଯାଉଥିବା ଖବର ପାଇଥିଲା ଆରପିଏଫର ର ଏସଟିଏଫ ଟିମ | ସୂଚନା ପାଇବାପରେ ଏସଟିଏଫ ଟିମ କଟକ ଷ୍ଟେସନରୁ ସେହି ନାବାଳକଙ୍କ ଗତିବିଧି ଉପରେ ନଜର ରଖିଥିଲା। ଏସଟିଏଫର ସନ୍ଦେହ ହେବାରୁ ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଆରପିଏଫ ଓ ଜିଆରପି ମିଳିତ ଭାବେ ସେହି 8ଜଣ ନାବାଳକଙ୍କୁ ପଚାର ଉଚୁରା କରିବାରୁ ସେମାନଙ୍କ ବୟସ 15 ବର୍ଷ ରୁ 16 ବର୍ଷ ଭିତରେ ଓ ସେମାନେ ଶ୍ରମିକ କାମ କରିବାକୁ ଟ୍ରେନରେ ଯାଉଥିବାର ସ୍ୱୀକାର କରିଥିଲେ | ଏହି ନାବାଳକ ମାନଙ୍କୁ ନେଉଥିବା ଦଲାଲ କିନ୍ତୁ ଫେରାର ହେବାରେ ସକ୍ଷମ ହୋଇଥିବା ସମୟରେ ଖୋର୍ଦ୍ଧା ରୋଡ(ଜଟଣୀ ) ଆରପିଏଫ ଓ ଜିଆରପି ମିଳିତ ଭାବେ 8ଜଣ ନାବାଳକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା CWC ଙ୍କୁ ହସ୍ତାନ୍ତର କରିଛନ୍ତି ।

Comments are closed.