ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ପାଛୋଟି ନେଲେ ସାଧାରଣ ଜନତା ।
ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ଯାଇ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପାଛୋଟି ନେଲେ ଲୋକେ । ହଜାର ହଜାର ଲୋକ ତାଙ୍କୁ ଦେଖାକରି ନିଜ ନିଜ ସମସ୍ୟା ଜଣାଇବାକୁ ଅପେକ୍ଷା କରିଛନ୍ତି ।
ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଂଚିବେ । ସେଠାରୁ ରୋଡ୍ ସୋ’ କରି ମା’ ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ । ଏହା ପରେ କେନ୍ଦୁଝର ଯାତ୍ରା କରିବେ । ରିଜର୍ଭ ପୋଲିସ ପଡ଼ିଆରେ ଅବତରଣ ପରେ ସର୍କିଟ୍ ହାଉସ୍ରେ ବିଶ୍ରାମ ନେବେ । ଅପରାହ୍ଣରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ ।
Comments are closed.