ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ। ଏଥିସହିତ ସେ କହିଛନ୍ତି, ଯୋଗ ନୂଆ ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ।

Comments are closed.