ସୋମବାର ଶପଥ ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ, ୨ ।୧ : ଆସନ୍ତା ସୋମବାର ଅର୍ଥାତ୍ ଜାନୁଆରୀ ୪ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏସ୍ ମୁରଲୀଧର । ଓଡିଶା ହାଇକୋର୍ଟ ପରିସରରେ ଶପଥ ଗ୍ରହଣ ଉତ୍ସବ ହେବ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ନେଇ ଗତ ୩୧ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ।

ତେବେ ଜଷ୍ଟିସ୍‌ ମୁରଲୀଧର ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ପ୍ରଥମେ ସେ ଚେନ୍ନାଇରେ ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଷ୍ଟିସ୍‌ ମୁରଲୀଧର ପ୍ରଥମେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମେ’ରେ ନିଯୁକ୍ତି ପାଇଥିଲେ । ଗତ ମାର୍ଚ୍ଚ ୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ସୋମବାର ଦିନ ସକାଳ ୧୦ଟାରେ ଜଷ୍ଟିସ୍ ଏସ୍ ମୁରଲୀଧର ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Comments are closed.