ବିବାଦୀୟ ବନ୍ତବ୍ୟ ଦେଇ ଅଡ଼ୁଆରେ ଚନ୍ଦ୍ର ବାବୁ ନାଇଡୁ

ଅଡୁଆରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ବିବାଦୀୟ ମନ୍ତବ୍ୟ ଦେବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କର ବିରୋଧରେ ନୋଟିସ ଜାରି କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନର।

ମାର୍ଚ୍ଚ ୩୧ରେ ଟିଡିପି ମୁଖ୍ୟ ଏକ ପ୍ରଚାର ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ରାକ୍ଷସ, ଚୋର ଓ ପଶୁ ବୋଲି କହିଥିଲେ। କେବଳ ସେତିକି ନୁହେଁ ଓ୍ୱାଇଆର୍‌ଏସ କଂଗ୍ରେସ ଦଳକୁ ନେଇ ମଧ୍ୟ ସେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହାକୁ ବିରୋଧ କରି ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟି(YSRCP)ର ରାଜ୍ୟ ମହାସଚିବ ଲେଲା ଅପ୍ପି ରେଡ୍ଡୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ଏହି ମାମଲାରେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି।

Comments are closed.