ଆସନ୍ତା ୭ ଦିନ ଭିତରେ ଲାଗିବ CAA !

ଆସନ୍ତା ସାତ ଦିନ ମଧ୍ୟରେ ସମଗ୍ର ଦେଶରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ(CAA )। ଆଇନ ଲାଗୁ ହେବା ନେଇ ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରି କହିଛନ୍ତି।

ପଶ୍ଚିମବଙ୍ଗର ୨୪ ପରଗଣାର କାକଡୱିପଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ସମୟରେ ଠାକୁର ବଙ୍ଗଳା ଭାଷାରେ କହିଛନ୍ତି ଯେ, ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଆସନ୍ତା ସାତ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗରେ ନୁହେଁ, ସମଗ୍ର ଦେଶରେ ସିଏଏ କାର୍ଯ୍ୟକାରୀ ହେବ।

ସାଂସଦ ଠାକୁର ସିଏଏ ଲାଗୁ ହେବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଟିପ୍ପଣୀକୁ ଦୋହରାଇ କହିଛନ୍ତି, “ଗତ ବର୍ଷ ଡିସେମ୍ବରରେ ଅମିତ ଶାହ କହିଥିଲେ ଯେ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିଏଏ କାର୍ଯ୍ୟକାରୀ କରିବେ ଏବଂ ଏହାକୁ କେହି ରୋକି ପାରିବେ ନାହିଁ। ତାଙ୍କର ଏହି ମନ୍ତବ୍ୟ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କୁହାଯାଇଥିଲା, ଯିଏକି ସିଏଏକୁ ବିରୋଧ କରୁଛନ୍ତି।”

ଏବେ ସିଏଏ ଲାଗୁହେବ, କେବଳ ପଶ୍ଚିମବଙ୍ଗରେ ନୁହେଁ ସମଗ୍ର ଦେଶରେ ଲାଗୁ ହେବ ବୋଲି ସାଂସଦ ଠାକୁର କହିଛନ୍ତି।

Comments are closed.