ମେଡ଼ିକାଲରେ ଭର୍ତ୍ତି ହେଲେ କେଶିଆର

ହାଇଦ୍ରାବାଦ: ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ସ୍‌ରେ ଭର୍ତ୍ତି ‌ହୋଇଥିବା ୬୯ ବର୍ଷିୟ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ଙ୍କ କମର ଭାଙ୍ଗିଯାଇଛି ଓ ତାଙ୍କର ଅସ୍ତ୍ରୋପଚାର କରାଯିବ। ତାଙ୍କୁ ଦେଖା କରିବା ଲାଗି ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରୁ ବିଧାୟକମାନେ ଡାକ୍ତରଖାନାକୁ ଆସୁଛନ୍ତି।

Comments are closed.