ଫୋନ କଲରେ ଅଭିଯୋଗ ପରେ ଅଧପୋଡା ଶବ ଜବତ କଲା ପୋଲିସ
ମୟୁରଭଞ୍ଜ, ଦୀନେଶ କୁମାର : ରରୁଆଁ ଥାନା ଅନ୍ତର୍ଗତ ଖାପରାସାହି ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ଅଧାପୋଡା ଶବକୁ ଜବତ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ଖାପରାସାହିର 47 ବର୍ଷୀୟ ଉଜ୍ଜ୍ୱଳ ଗାଗରାଇ ଙ୍କ ମୃତ୍ୟୁ ପରେ ଗ୍ରାମ ସାହି ଭାଇ ମିଶି ତାଙ୍କ ଶବ ସତ୍କାର କରୁଥିଲେ । ତେବେ ସେହି ସମୟରେ କୌଣସି ଅଜଣା ବ୍ୟକ୍ତି ମୃତ ଉଜ୍ଜ୍ୱଳଙ୍କୁ ହତ୍ୟା କରାଯିବା ପରେ ସଙ୍ଗେସଙ୍ଗେ ଶବସତ୍କାର କରାଯାଉଥିବା ନେଇ ପୋଲିସକୁ ଖବର ଦେଇଥିଲେ। ଫଳରେ ଖବର ପାଇ ରରୁଆଁ ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜୁଇ ଜଳୁଥିବା ଦେଖି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଜୁଇ ନିଆଁକୁ ଲିଭାଇ ଥିଲେ। ଫଳରେ ବର୍ତ୍ତମାନ ପୋଲିସ ଅଧା ପୋଡା ଶବକୁ ଜବତ କରିଛି । ତେବେ ସମୁଦାୟ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବାକୁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ, ଏକ ଅଜଣା ବ୍ୟକ୍ତି ଠାରୁ ଫୋନ ମାଧ୍ୟମରେ ଅଭିଯୋଗ ପାଇବା ପରେ ତଦନୁଯାୟୀ କାର୍ଯାନୁଷ୍ଠାନ ନିଆଯାଇଥିବା ଏବଂ ଏ ବାଵଦ ରେ ଅଧିକ ତଦନ୍ତ ଜାରି ରହିଥିବା ସୁଚନା ଦେଇଛନ୍ତି।
Comments are closed.