ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ ରିହାତି
ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ ଘୋଷଣା ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ ବଡ ରିହାତି ଦିଆଯାଇଛି । ୭୫ ବର୍ଷରୁ ବୟସ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ ହୋଇଛି । ବରିଷ୍ଠ ନାଗରିକ ଆଇଟି ରିଟର୍ଣ୍ଣ ଫାଇଲ କରିବେ ନାହିଁ । ୬ ବର୍ଷରୁ ୩ ବର୍ଷକୁ ଖସିଛି ରି- ଓପନିଂ । ବଜେଟରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସମ୍ପୂର୍ଣ୍ଣ ଛାଡ କରାଯିବ ବୋଲି ଘୋଷଣା କରାଯାଇଛି । ପେନସନ୍ ଓ ସୁଧରୁ ମିଳୁଥିବା ଆୟ ଉପରେ କର ଛାଡ ହୋଇଛି । ପେନସନ ପାଉଥିଲେ ସେମାନଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ । ବରିଷ୍ଠ ପେନସନଭୋଗୀଙ୍କୁ ଆୟକର ରିଟର୍ଣ୍ଣ ଭରିବାକୁ ପଡିବନାହିଁ ।
ଏହା ସହ ପ୍ରତିଷ୍ଠା ହେବ ନେସନାଲ ଫେସଲେସ ଇକ୍ମ୍ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ । ଏଣିକି ୧୦ କୋଟି କାରବାର ଥିବା କମ୍ପାନୀ ପାଇଁ ଅଡିଟ ଅନାବଶ୍ୟକ ରହିବ । ଅଡିଟ ଛାଡ କାରବାର ପରିମାଣ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ପାଇଛି । ଆୟକର ଛାଡ ସୀମା ଅପରିବର୍ତ୍ତିତ ରଖିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।
Comments are closed.