ଭୁବନେଶ୍ୱରରୁ ୩୭ଗ୍ରାମ୍ ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର କରୁଥିବା ୨ ଭାଇଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଲକ୍ଷ୍ମୀସାଗର ଥାନା ପୁଲିସ୍ ଓ କ୍ୟୁଏଟ୍ ମିଳିତ ଚଢଉ କରି ହଳଦୀପଡିଆ ବସ୍ତିରୁ ୩୭ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛନ୍ତି । ଏଥିରେ ସଂପୃକ୍ତ ଥିବା ପ୍ରଦୀପ୍ତ ପ୍ରଧାନ ଓ ରବୀନ୍ଦ୍ର ପ୍ରଧାନ ନାମକ ଦୁଇ ଭାଇଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଏକ ବାଇକ୍ ମଧ୍ୟ ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

Comments are closed.