ପୋଲିସ ଆଗରେ ଭାଇକୁ ହାଣିଲା ଭାଇ

ଭୁବନେଶ୍ୱର : ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର। ବୁଧବାର ଜମିଜମାକୁ କେନ୍ଦ୍ର କରି ଜନଗହଳି ପୂର୍ଣ୍ଣ ରାସ୍ତା ଏପରିକି ପୋଲିସ ସମ୍ମୁଖରେ ବଡ଼ ଭାଇଙ୍କୁ ହାଣିଛନ୍ତି ସାନ ଭାଇ। ଏପରି ଘଟଣା ଘଟିଛି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ବଢ଼େଇବାଙ୍କ ଛକର ପଥୁରିଆ ବଡ଼ୁସାହି ଛକରେ।

ସୂଚନାଯୋଗ୍ୟ, ଦୀପ୍ତିକାନ୍ତ ବଡ଼ୁଙ୍କ କଟୁରି ଚୋଟରେ ସମ୍ପର୍କୀୟ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡୁ ଗୁରୁତର ହୋଇଛନ୍ତି। ଅନ୍ୟ ଏକ ଜମିବାଡ଼ି ବିବାଦ ମାମଲାରେ ଗତ ୨୨ ତାରିଖରେ ଦୀପ୍ତିକାନ୍ତଙ୍କୁ ପୋଲିସ ଗିରଫ କରିଥିଲା । ଡିସିପି କୋର୍ଟରେ ସେ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଏହି ଘଟଣା ପରେ ତାଙ୍କୁ ଅଟକ ରଖିଛି ପୋଲିସ। ପିସିଆର୍‌ ଭ୍ୟାନ ଆଗରେ ଏଭଳି ଘଟଣା ଘଟିଥିବାରୁ ରାଜଧାନୀରେ ପୋଲିସକୁ ଆଉ ଅପରାଧୀଙ୍କର ଭୟ ନାହିଁ ବୋଲି ଚର୍ଚ୍ଚା ହେଉଛି।

Comments are closed.