ଭାରତର ଐତିହାସିକ ବିଜୟ
ବ୍ରିସବେନ୍,୧୯ ।୧: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ବ୍ରିସ୍ବେନ୍ରେ ମ୍ୟାଚ୍ ସହ ସିରିଜ ହାତେଇଲା ଭାରତ । ୪ ଟିକିଆ ସିରିଜକୁ ୨-୧ରେ ଜିତିଛି ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲଙ୍କ ସର୍ବାଧିକ ୯୧ ରନ୍ କରିଛନ୍ତି । ବ୍ରିସ୍ବେନ୍ରେ ସର୍ବାଧିକ ରନ୍ ଚେଜ୍ କରିଛି ଭାରତ । ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କଲା ଭାରତ । ବ୍ରିସ୍ବେନ୍ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ ।୧୯୮୮ ପରଠୁ କେବେ ବି ଗାବାରେ ହାରିନଥିଲା ଅଷ୍ଟ୍ରେଲିଆ । ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।
ଚତୁର୍ଥ ଟେଷ୍ଟ ଜିତି ଭାରତୀୟ ଟିମ ଗାଭାସ୍କର-ବର୍ଡର ଟ୍ରଫି ହାତେଇ ନେଇଛି । ଜିତିବା ପାଇଁ ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । ତେବେ ଓପନର ଏସ ଗିଲଙ୍କ ୯୧, ପୂଜାରାଙ୍କ ୫୬, ରିଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ ୮୯ ରନ ଯୋଗୁଁ ଭାରତ ୩ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବାବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଥିଲା । ତୃତୀୟ ଟେଷ୍ଟ ଅମୀମାଂସିତ ରହିଥିଲା । ଋଷଭ ପନ୍ଥଙ୍କ ୮୯ ରନର ବିସ୍ଫୋରକ ଇନିଂସ ବଳରେ ଟିମ୍ ଇଣ୍ଡିଆ ୩୨୮ରନ୍ର ଟାର୍ଗେଟକୁ ପୂରା କରିଛି। ଏଥିବ୍ୟତୀତ କ୍ୟାପ୍ଟେନ ଅଜିଙ୍କ୍ୟା ରାହାଣେ ୨୪, ଚେତେଶ୍ୱର ପୂଜାରା ୫୬, ମୟଙ୍କ ଅଗ୍ରୱାଲ୍ ୯ ରନ୍, ୱାଶିଂଟନ୍ ସୁନ୍ଦର ୨୯, ଶାର୍ଦୁଳ ଠାକୁର ୨ ରନ୍ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୫ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ୨ଟି ୱିକେଟ ହାସଲ କରିଛନ୍ତି।
Comments are closed.