ପୋଲିସ ଉପରକୁ ବୋମାମାଡ

ଆଠଗଡ, ୯ ।୧: ପୋଲିସ ଉପରକୁ ବୋମାମାଡ । ଏହି ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ଘଟିଯାଇଛି । ଡାଳଭାଗରେ ପୋଲିସ ଉପରକୁ ବୋମାମାଡ ହୋଇଥିବା ଜଣାପଡିଛି, ଯେଉଁଥିରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ତେବେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ବେଳେ ଉତ୍ତେଜନା ଆରମ୍ଭ ହୋଇଥିଲା । ଟାୱାର ଲାଇନ୍ ଟଣା ହେଉଥିଲା ବେଳେ ଚାଷୀମାନେ କ୍ଷତିପୂରଣ ମାଗିଥିଲେ । ଯାହା ଜମି ଉପରେ ଲାଇନ୍ ଯାଉଥିଲା, ସେମାନେ କ୍ଷତିପୂରଣ ମାଗିଥିଲେ । କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବାରୁ ଚାପା ଉତ୍ତେଜନା ଥିଲା ।
ଆଜି ପୋଲିସ ଉପସ୍ଥିତିରେ ତାର ଟଣା ହୋଉଥିବା ବେଳେ ବୋମାମାଡ ହୋଇଥିଲା । କିନ୍ତୁ ବୋମାମାଡ କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ଏହା ପରେ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ପୋଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି ।

Comments are closed.