ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ :ବିମାନରେ ବୋମା ଆତଙ୍କ। ଛନିଆ ହୋଇଗଲେ ଯାତ୍ରୀ। ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଲକ୍ଷ୍ନୌରେ ଏହାର ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି।

ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ଏହାର ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ଯାତ୍ରୀବାହୀ ବିମାନଟିର ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ କୌଣସି ବୋମା ମିଳିନଥିଲା।

ପୁଲିସ ସୂଚନା ମୁତାବକ, ବିମାନରେ ବୋମା ଥିବା ଖବର ହାଇଦ୍ରାବାଦରୁ ଫୋନ୍ ଯୋଗେ ଆସିଥିଲା। ଲକ୍ଷ୍ନୌରେ ବିମାନ ଏଜରଜେନ୍ସି ଲ୍ୟାଣ୍ଡିଂ କରାଯାଇ ଏହାକୁ ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ନ ମିଳିବା ପରେ ଭୟରେ ଥିବା ଯାତ୍ରୀମାନେ ଆଶ୍ୱସ୍ତି ହୋଇଥିଲେ। ଏହାପରେ ବିମାନଟି ପୁଣିଥରେ ଉଡାଣ ଭରିଛି।

ସେପଟେ ବିମାନରେ ବୋମା ଥିବା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି। ଫୋନ ଯୋଗେ ସୂଚନା ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଏହି ଫ୍ଲାଇଟ୍ ମିସ୍ ହୋଇଯାଇଥିଲା। ଏଥି ଯୋଗୁ ସେ ଏଭଳି ଗୁଜବ ସୃଷ୍ଟି କରିଥିବା ଜଣାପଡିଛି।

Comments are closed.