ତରଭା ପୋଲିସ ସମିତି ତରଫରୁ ରକ୍ତଦାନ ଶିବିର ଆୟୋଜିତ
ତରଭାରୁ (କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୋଲିସ ସମିତି , ଆସିଡିଏସ ,ମା ମାହେଶ୍ୱରୀ ସଂଗଠନ ,ରିଜୁଲ ମର୍ଣିଂଫୁଟବଲ ଟିମ ,ଡ୍ରାଇଭର ସଂଘ ,ମାରୱାଡି ଯୁବାମଞ୍ଚ,ସାଇ ଫାଉଣ୍ଡେସନ ସମେତ ବିଭିନ୍ନ ଅନୁଷ୍ଠାନ ଆନୁକୁଲ୍ୟରେ ଶନିବାର ତରଭା ଥାନାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳାଙ୍କ ସମେତ 125 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ସୁବର୍ଣ୍ଣପୁର ଏସ ପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୂ ଉଦଘାଟନ କରିଥିଲେ । ବଲାଙ୍ଗୀର ରକ୍ତ ଭଣ୍ଡାରର ଡାକ୍ତର ସୁନିତ କୁମାର ମୁଣ୍ଡ ଓ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମଟି ତରଭା ଥାନା ଆଇ ଆଇ ସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବବାଧାନରେ ଆୟୋଜିତ ଶିବିରରେ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ ।
Comments are closed.