ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ସାଥି ନର୍ସିଂହୋମରେ ରକ୍ତଦାନ ଶିବିର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ସହଯୋଗରେ ନିରାକାରପୁର ସାଥିନର୍ସିଂ ହୋମ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସମୁଦାୟ ୨୯୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲା ବିଜେଡି ସଭାପତି ତଥା ଜଟଣୀ ର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ,ନିରାକାରପୁର ପୂର୍ବତନ ସରପଞ୍ଚ ବିପିନ ଜୟସିଂହ,ରାମେଶ୍ୱର ସରପଞ୍ଚ ପ୍ରମୋଦ ତ୍ରିପାଠୀ ଓ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତା ଶୁଭମ ଦାଶ ପ୍ରମୁଖ ଯୋଇଦେଇଥିଲେ। ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଅନ୍ୟମାନଙ୍କୁ ରକ୍ତଦାନ କରିବାପାଇଁ ପରାମର୍ଶ ଦେଇଥିଲେ ।

Comments are closed.