ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣୀ ଶିବିର ,୧୦୬ ଟି ଆପତ୍ତି ଅଭିଯୋଗ ରୁ ୪୫ ଟି ତୁରନ୍ତ ସମାଧାନ
ନୂଆଗାଁ _ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ୍ ,ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ,ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ନୂଆଗାଁ ବିଡ଼ିଓ ବାସୁଦେବ ନାୟକ, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ,,୧୭ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରାଙ୍କ ସହିତ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ ରେ ମୋଟ ୧୦୬ ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୯୮ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୬ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୨ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା , ୪୫ଟି ତୁରନ୍ତ ସମାଧାନ ହୋଇଥିଲା। ଏହା ସହିତ ବଡଗୋଠ ପଞ୍ଚାୟତର ଡିମିରିଝରି ଗ୍ରାମର ପ୍ରଶାନ୍ତ କୁମାର ଦାସ, ମହିପୁର୍ ପ୍ରଭାତ କୁମାର ସେନାପତି, ସିକ୍ରିଡା ପଞ୍ଚାୟତ କୃଷ୍ଣ ପ୍ରାସାଦ ଗ୍ରାମର ତୋଫାନ ବେହେରା ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଟ୍ରାଇ ସାଇକେଲ ବଣ୍ଟନ ସମୟରେ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନା, ରଘୁନାଥ ସାହୁ ଉପସ୍ଥିତି ଥିଲେ l
Comments are closed.