ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ପ୍ରୟୋଗ ୨ ) ତାଲିମ ଶିବିର ଅନୁଷ୍ଠିତ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୀଳାଦ୍ରିପୁର କ୍ଲଷ୍ଟର ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ପ୍ରୟୋଗ ୨) ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ପରିସରରେ ଏକ ଅନୁକୂଳ ପରିବେଶ ତିଆରି କରିବା ପାଇଁ ପ୍ରୟାସ ଯଦ୍ୱାରା ପ୍ରତ୍ୟେକ ଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଗୁଡ଼ିକ ହାସଲ କରିପାରିବେ।ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଶିକ୍ଷାର୍ଥୀ ତୃତୀୟ ଶ୍ରେଣୀ ଶେଷ ବେଳକୁ ପଠନ ,ଲିଖନ,ଓ ସଂଖ୍ୟାଜ୍ଞାନ କୌଶଳ ଆଧାରିତ ଶିକ୍ଷଣ ଦକ୍ଷତା ହାସଲ କରିପାରିବେ। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀଣି ଜୋଛନା ରାଣୀ ସେଠୀ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଏଫ୍. ଏଲ.ଏନ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ଆର ପି ଭାବେ ସି ଆର୍ ସି ସି ନିଳାଦ୍ରୀପୁର ବିଜୟ କୁମାର ବେହେରା ,ଦୁରୁଦୁରା CRCC ରାକେଶ କୁମାର ଘଡ଼େଇ,ଚାହାଳୀ CRCC ବିଭୁତି ଭୂଷଣ ମିଶ୍ର, ପ୍ରାଥମିକ ବିଦ୍ୟାଳୟ ଥୁଆ ବାରୀ- ପ୍ରକାଶ କୁମାର ବେହେରା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୂଚାରୁ ଢଙ୍ଗରେ ପରିଚାଳନା କରୁଛନ୍ତି ।
ନୀଳାଦ୍ରୀପୁର, ଗୁମି, ଚାହାଳୀ, ମାଳିସାହି,ଦୁରୁଦୁରା, ବନ୍ତଳା, ବାପୁଜୀ, ବେରୁଆଁ ବାରୀ ବାହାଡ଼ାଝୋଲା ର ପ୍ରାୟ ୫୦ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରଶିକ୍ଷଣ ରେ ଭାଗ ନେଇ ଛନ୍ତି । ୭ଟି ର ୫୦ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ , Lesson Diary ଏକକ ଓ ବହୁଶ୍ରେଣୀ ପରିଚାଳନା ଉପରେ ତାଲିମ ପ୍ରଦାନ କରିଛନ୍ତି।ବିଭିନ୍ନ ଶୈକ୍ଷିକ APP ମାଧ୍ୟମରେ ପିଲାମାନେ କିପରି ସୂଚାରୁ ଢଙ୍ଗରେ ଓ ଖେଳମାଧମରେ ଶିକ୍ଷାଦାନର ସୁବିଧା ଉଠାଇ ପାରିବେ ସେ ବିଷୟରେ ତାଲିମ ପ୍ରଦାନ କରାଯାଉଛି । ।ଏହି ଶିବିର ଚଳିତ ମାସ ୨୭/୦୮/ ୨୦୨୪ ରୁ ୨୯/୦୮/ ୨୦୨୪-ତିନି ଦିନ ପର୍ଯ୍ୟନ୍ତ ଚାଲିବ.
Comments are closed.