ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କଳା ପତକା ପ୍ରଦର୍ଶନ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ଡାକ୍ତର ପ୍ରଦୀପ ପାଣିଗ୍ରାହୀ ସ୍ୱାଧୀନତା ଦିବସରେ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି  । ପତାକା ଉତୋଳନ କରିବାକୁ ଯାଇଥିବାବେଳେ ବିଜେଡ଼ି କର୍ମୀମାନେ ତାଙ୍କୁ ଧକିଆ ମାରିଛନ୍ତି  । ଫଳରେ ସ୍ଥାନୀୟ ଅଂଚଳରେ ସାମାନ୍ୟ ଉତେଜନା ପ୍ରକାଶ ପାଇଛି  ।

ସୂଚନାଯୋଗ୍ୟଯେ, ବିଧାୟକ ଶ୍ରୀ radeପାଣିଗ୍ରାହୀଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକର କମଳାପୁର ଠାରେ ବିଜେଡ଼ି କର୍ମୀମାନେ ପ୍ରତିବାଦ କରିଥିଲେ  । ତାଙ୍କ ଗାଡ଼ି ଅଟକାଇ କଳା ପତାକା ପ୍ରଦର୍ଶନ କରିଥିଲେ  । ପ୍ରଦୀପଙ୍କ ସମର୍ଥକ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା  । ଏପରିକି କେତେକ ବିଜେଡ଼ି କର୍ମୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଧକିଆ ମାରି ପେଲାଠେଲା କରିଥିଲେ  ।

ଗୋପାଳପୁର ବିଧାୟକ ଏକଦା ବିଜେଡ଼ିର ଜଣେ ଆଗଧାଡ଼ିର ନେତା ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ନିଜ ନିର୍ବାଚନମଣ୍ଡଳୀ ସହ ହିଞ୍ଜିଳି ଦାୟିତ୍ୱ ବି ବୁଝୁଥିଲେ  । କିନ୍ତୁ ପରେ ଶ୍ରୀ ପାଣିଗ୍ରାହୀଙ୍କ ଘର ଉପରେ ଚଢ଼ାଉ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ନିଯୁକ୍ତି ପାଇଁ ତାଙ୍କ ପୁଅ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛି  । ବିଜୁ ଜନତା ଦଳରୁ ତାଙ୍କୁ ବହିଷ୍କାର କରାଯାଇଥିବାବେଳେ ସେ କିନ୍ତୁ ବିଜେଡ଼ିରେ ଅଛନ୍ତି ବୋଲି ପ୍ରଦୀପ କହି ଆସୁଥିଲେ  ।

Comments are closed.