ଆଜି ଆସିପାରେ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା

ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ଆଜିର ବୈଠକରେ ଓଡ଼ିଶା, ଉତରପ୍ରଦେଶ, ପଶ୍ଚିମବଂଗ ଲୋକସଭା ଆସନ ନେଇ ଆଲୋଚନା ହେବ । ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ନଜର ରହିଛି । ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲେ । ଏଥିରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଗତକାଲି ମଧ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାମାନେ ବସି ଆଲୋଚନା କରିଥିଲେ । ଏହା ପରେ କୋର କମିଟିର ସଦସ୍ୟ ପ୍ରତାପ ଷଡଙ୍ଗୀ କହିଥିଲେ, ଚୂଡାନ୍ତ ତାଲିକା ଉପରେ କେନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା ହେବ । ତେଣୁ ତୃତୀୟ ତାଲିକାରେ ଓଡ଼ିଶାର ନାଁ ଆସିପାରେ ବୋଲି କୁହାଯାଉଛି ।

Comments are closed.