ଆଜି ବିଜେପି କରିବ ପ୍ରାର୍ଥୀ ତାଲିକା ଘୋଷଣା

ଆଜି ସଂଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ଭାଜପାର ପ୍ରାର୍ଥୀ ତାଲିକା ! ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ଗତକାଲି କହିଥିଲେ ଭାଜପାର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ସେ ଆଜି ରାଉରକେଲା ଗସ୍ତରେ ଆସିଛନ୍ତି । ଦିନ ସାରା ଆଜି ସୁନ୍ଦରଗଡ଼ ଜିଲାର ସମସ୍ତ ପଦାଧିକାରୀ, ଜିଲା ସଭାପତି, ମଣ୍ଡଳ ସଭାପତିଙ୍କୁ ନେଇ ବୈଠକ ହେବ ।

ସୂଚନାଥାଉ କି, ଭାଜପା ଦୁଇଟି ପର୍ଯ୍ୟାୟରେ ୨୧ ଲୋକ ସଭା ଓ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏବେ ବି ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ସେହିପରି ବିଜେଡି ଏ ପର୍ଯ୍ୟନ୍ତ ୨୦ ଲୋକ ସଭା ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ଏପର୍ଯ୍ୟନ୍ତ ମାତ୍ର ୮ଟି ଲୋକ ସଭା ଓ ୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିଛି।

Comments are closed.