ସୋନିଆଙ୍କ ଜବାବରେ ଉତ୍ତର ଦେଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ଶନିବାର ଦିନ ରାୟପୁରରେ ଦଳର ମହା ଅଧିବେଶନରେ ଉଦ୍‌ବୋଧନ ଦେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି। ବିଜେପି ଓ ଆରଏସଏସ ଦେଶର ପ୍ରତି ସାମ୍ବିଧାନିକ ଅନୁଷ୍ଠାନକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସୋନିଆ ଦାବି କରିଥିବା ବେଳେ ବିଜେପି ଏହାର କଡ଼ା ଜବାବ ଦେଇଛି।

ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ଯଦି ଲୋକମାନେ କଂଗ୍ରେସକୁ ଭୋଟ୍‌ ଦେଉନାହାନ୍ତି ତେବେ ସୋନିଆ ଏଥିପାଇଁ ନିର୍ବାଚନ କମିସନ୍‌କୁ ଦାୟୀ କରିବା ଉଚିତ ନୁହେଁ। ସୋ‌ନିଆ ଓ ତାଙ୍କ ଦଳ ଗୋଟିଏ ସତକୁ ଆଦୌ ସ୍ବୀକାର କରିବାକୁ ନାରାଜ ଏବଂ ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶରେ ସବୁ ଶ୍ରେଣୀର ଲୋକଙ୍କ ବିକାଶ। ବିକାଶର ଧାରାକୁ କଂଗ୍ରେସ ସହିପାରୁନାହିଁ ବୋଲି ସେ କହିଛନ୍ତି।

Comments are closed.