ବିଜେପି ପ୍ରାର୍ଥୀ ତାଲିକା ଘୋଷଣା, ବାଦ ପଡିଲେ ବହୁ ବରିଷ୍ଠ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୧୯୫ ଜଣଙ୍କ ନାଁ ଘୋଷଣା କରାଯାଇଛି । ହେଲେ ଏହି ପ୍ରଥମ ତାଲିକାରେ ହିଁ ୩୩ ସାଂସଦଙ୍କ ଟିକେଟ୍ କାଟିଦେଇଛି ଏବଂ ସେମାନଙ୍କ ବଦଳରେ ନୂଆଁ ଚେହେରାଙ୍କୁ ସ୍ଥାନ ଦେଇଛି ।

ଦିଲ୍ଲୀରେ ବିଜେପି ନିଜର ୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପାର୍ଟି ମନୋଜ ତିୱାରୀଙ୍କୁ ଭରସା କରି ତାଙ୍କୁ ଉତ୍ତର ପୂର୍ବ ଦିଲ୍ଲୀ ପାଇଁ ପ୍ରର୍ଥୀ ଘୋଷଣା କରିଛି । ୪ଜଣ ସାଂସଦଙ୍କ ଟିକେଟ୍ କାଟ୍ କରିଥିବାବେଳେ ସେମାନଙ୍କ ସ୍ଥନରେ ନୂଆ ପ୍ରର୍ଥୀଙ୍କୁ ସୁଯୋଗ ଦେଇଛି ।

ବିଜେପି ନିଜ ରଣନୀତିରେ ପରିବର୍ତ୍ତନ କରିବା କ୍ରମରେ ୨ଥର ସାଂସଦ ଥିବା ତଥା କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଟିକେଟ୍ କାଟତ କରି ପ୍ରବୀଣ ଖଣ୍ଡେଲୱାଲଙ୍କୁ ଚାନ୍ଦନୀ ଚୌକ୍ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସେହିପରି ଦକ୍ଷିଣ ଦିଲ୍ଲୀରେ ରମେଶ ବିଘୁଡିଙ୍କୁ ଟିକେଟ ଦେଇଛି । ବିଜେପି ଦିବଙ୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ନୂଆ ଦିଲ୍ଲୀ ଲୋକସଭା ସିଟରୁ ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ଏହି ସିଟରୁ ମିନାକ୍ଷୀ ଲେଖୀଙ୍କ ଟିକେଟ୍ କାଟ୍ କରିଛି ।

Comments are closed.