ବିଜେପିକୁ ସମର୍ଥନ କରିବେ ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଭାଜପା ଆସ୍ଥାଭୋଟ ଦାବି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେତା ଦେବେନ୍ଦ୍ର ଅଛନ୍ତି। ଏହି କ୍ରମରେ ବୁଧବାର ସେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ସହ କଥା ହୋଇଛନ୍ତି। ଫ୍ଲୋର ଟେଷ୍ଟ ପାଇଁ ସେ ଏମ୍ଏନ୍ଏସ୍ର ସହାୟତା ଲୋଡିଛନ୍ତି। ରାଜ ଠାକରେ ମଧ୍ୟ ସମର୍ଥନ ଦେବା ପାଇଁ ରାଜି ହୋଇଛନ୍ତି। ଫଡନବିସ୍ଙ୍କ ସହ କଥାବାର୍ତ୍ତା ପରେ ରାଜ ଠାକରେଙ୍କ ପାର୍ଟି ଏମ୍ଏନ୍ଏସର ଜଣେ ବିଧାୟକଙ୍କ ଭୋଟ ଭାଜପା କ୍ୟାମ୍ପକୁ ଯିବ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କେବଳ ଜଣେ ଏମ୍ଏନ୍ଏସ ବିଧାୟକ ଅଛନ୍ତି। ଥାନେର କଲ୍ୟାଣ ଗ୍ରାମୀଣ ଆସନରୁ ବିଧାୟକ ଥିବା ଏମଏନଏସର ପ୍ରମୋଦ ରତନ ପାଟିଲ ଫ୍ଲୋର ଟେଷ୍ଟରେ ଭାଜପାକୁ ସମର୍ଥନ କରିବେ।
ସୂଚନାଯୋଗ୍ୟ,ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କୁ ବୁଝାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ମଧ୍ୟ ଉଦ୍ୟମ କରୁଛନ୍ତି। ହେଲେ ଏଯାଏ କୌଣସି ସୁଫଳ ମିଳିନାହିଁ। ଫଡନବିସ ଆସ୍ଥା ଭୋଟ ପାଇଁ ଦାବି କରିବାକୁ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ବିଦ୍ରୋହୀ ବିଧାୟକମାନେ ଗୁରୁବାର ମୁମ୍ବାଇ ଫେରିବେ ବୋଲି ଜଣାପଡିଛି।
Comments are closed.