ବିଜୁ ଜୟନ୍ତୀରେ ବିଜେଡିର ସାଇକେଲ ଯାତ୍ରା
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ରେ ବିଜୁବାବୁ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ସାଇକେଲ ଶୋଭାଯାତ୍ରା କରିବ ବିଜେଡି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ସାଇକେଲ ଶୋଭାଯାତ୍ରା କରାଯିବ । ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଏହି ରାଲି କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।
ତେବେ କଟକର ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ହେବ । ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ ମାସ ୧୭ ତାରିଖ ପର୍ଯ୍ୟନ୍ତ ‘ମୋ ପରିବାର-ଜୀବନ ବୀନ୍ଦୁ’ କାର୍ଯ୍ୟକ୍ରମ ଚାଲିବ । ଏହି ଶୋଭାଯାତ୍ରା ସକାଳ ୬ଟାରୁ ଆରମ୍ଭ ହେବ । ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Comments are closed.