ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ବିଶ୍ୱନେତା
ନୂଆଦିଲ୍ଲୀ :ଏବେ ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବ ପରେ ତାଙ୍କ ପାଖକୁ ବିଶ୍ୱନେତଙ୍କ ଶୁଭେଚ୍ଛା ଆସିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ‘ଚମକପ୍ରଦ ସଫଳତା’ ଓ ‘ଅଗ୍ରଦୂତୀୟ କୃତିତ୍ବ’ ବୋଲି କହିଛନ୍ତି। ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବା ଅବସରରେ ବାଇଡେନ କହିଛନ୍ତି- ସୁନକ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ଏହି ଅବସରରେ ସେ ପ୍ରବାସୀ ଭାରତୀୟମାନଙ୍କ କୃତିତ୍ବ ବିଷୟରେ ଉଲ୍ଲେଖ କରିଥିଲେ। ବାଇଡେନ ପୂର୍ବରୁ କହିଥିଲେ ଯେ ଲିଜ୍ ଟ୍ରସ୍ଙ୍କ ସ୍ଥାନରେ ଆଉ ଯିଏ ବି ପ୍ରଧାନମନ୍ତ୍ରୀ ହେବେ ସେ ତାଙ୍କ ସହ ଘନିଷ୍ଟ ସମ୍ପର୍କ ରଖିବେ।
ଚୀନ୍ ମଧ୍ୟ ସୁନକଙ୍କୁ ଶୁଭେଚ୍ଛା ଜଣାଇଛି। ସୁନକଙ୍କ ଅଧୀନରେ ଚୀନ୍ ବ୍ରିଟେନ ସହ ସମ୍ପର୍କ ସୁଦୃଢ଼ କରିବାପାଇଁ ଚାହିଁବ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି। ୱେନବିନ କହିଛନ୍ତି, ଆମେ ଆଶା କରୁଛୁ ଯେ ବ୍ରିଟେନ୍ ସହ ପାରସ୍ପରିକ ସମ୍ମାନ ଏବଂ ସହଯୋଗ ଆଧାରରେ ଆମେ କାମ କରିବୁ। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ମଧ୍ୟ ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.