ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ: ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ
ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲି ଟିମ ତଦାରଖ କରିବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଛି। ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ପ୍ରଥମ ଦିନରୁ ହିଁ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବାର୍ଡ-ଫ୍ଲୁ ନେଇ ସନ୍ଦେହ କରାଯାଉଥିବାବେଳେ ନମୁନା ଭୋପାଳ ପଠାଯାଇଛି। ତେବେ ଏଯାଏଁ ମଣିଷଙ୍କ ପାଖକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି।