ମୋଦିଙ୍କୁ ଭେଟିଲେ ବିଲ ଗେଟସ

0

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଭାରତର ପ୍ରଗତି ଓ ନବୋଦ୍ଭାବନ ଉପରେ ଆଲୋଚନା କରିଥିଲେ। ଏହାଦ୍ବାରା ସମଗ୍ର ପୃଥିବୀ ଉପକୃତ ହେଉଛି ବୋଲି ସେ କହିଥିଲେ। ସେ ତାଙ୍କ ସଦ୍ୟତମ ବ୍ଲଗ୍ ‘ଗେଟ୍‌ସନୋଟ୍‌ସ’ରେ ଲେଖିଛନ୍ତି ଯେ ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଅସାଧାରଣ ବିକାଶ ଲାଭ କରିଛି। ନୂଆ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ କଲେ କ’ଣ ହୋଇପାରେ ତାହା ଭାରତ କରି ଦେଖାଇଛି। କୋଭିଡ୍-୧୯ ମହାମାରୀ ସକାସେ ଅନେକ ଦିନର ବ୍ୟବଧାନ ପରେ ସେ ଭାରତ ଗସ୍ତରେ ଆସିଥିବା ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି। ସେ ମୋଦୀଙ୍କ ସହ ଜଳବାୟୁ ପରିବର୍ତ୍ତନ, ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା, କୋଭିଡ୍-୧୯ ଟିକା ପ୍ରସ୍ତୁତିରେ ଏହାର ଆଗଧାଡ଼ିଆ ନେତୃତ୍ବ, ଗତିଶକ୍ତି ଆଦି ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି। ଏଥିସହ ‌ବିଭିନ୍ନ କ୍ଷେତ୍ରରେ ଭାରତ ବିକାଶକୁ ବିଲ୍‌ ଗେଟ୍‌ସ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.