+୨ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
ଭୁବନେଶ୍ୱର : ଯୁକ୍ତ ୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ଅବଧିକୁ ବଢ଼ାଇ ଦିଆଯାଇଛି। ଅଗଷ୍ଟ ୨୫ ଯାଏ ହେବାକୁ ଥିବା ନାମଲେଖାକୁ ୩୦ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।
ତେବେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଅବଧିକୁ ବଢ଼ାଇଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶନିବାର ସୂଚନା ଦିଆଯାଇଛି।
Comments are closed.