ସୁରକ୍ଷକର୍ମୀଙ୍କୁ ବଡ ସଫଳତା, ଟଳିଲେ ଦୁଇ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାଲାକୋଟ୍‌ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ସର୍ଚ୍ଚ ଅପରେସନ୍ ବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଡାଙ୍ଗରିି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘାଟିରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ସମୟରେ ବାଲାକୋଟ ସୀମାରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା। ଏହାପରେ ଏ ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରହିଛି।

ରଜୌରୀର ଡାଙ୍ଗରୀ ଅଞ୍ଚଳରେ ହୋଇଥିବା ଟାର୍ଗେଟ୍ କିଲିଂ ପରେ ଜମ୍ମୁର ସମ୍ଭାଗ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ପାଇଁ ସୀମାରେ ମଧ୍ୟ ବିଏସ୍‌ଏଫ୍ ପ’ରୁ ଅପରେସନ୍ ଶତଲହରୀ ଆରମ୍ଭ ହୋଇଛି। ଦିନ ହେଉ ଅବା ରାତି ବିଏସ୍‌ଏଫ୍ ୨୪ ଘଣ୍ଟିଆ ସୀମା ସୁରକ୍ଷାରେ ଲାଗିଛି। ସେପଟେ ସାମ୍ବା ପ୍ରଶାସନ ତରଫରୁ ସୀମାର ଏକ କିଲୋମିଟର ଯାଏଁ ରାତିରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

Comments are closed.