ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ନବୀନ

ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ୍ ଥିଲେ । ରାଜଧାନୀବାସୀଙ୍କ ସେବା ପାଇଁ ନିଜ ମାଟିକୁ ଫେରି ଆସିଛନ୍ତି । ଏବେ ରାଜନୀତିରେ ଯୁବପିଢି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି । ମନ୍ମଥ ରାଜନୀତିକୁ ଆସି ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହା ସହ ନାଁ ନନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ।

କହିଛନ୍ତି, ଗତ ୫ ବର୍ଷରେ ବର୍ତମାନର ସାଂସଦ କିଛି ବଡ଼ କାମ କରିନାହାନ୍ତି । ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରିକରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ମଥ ରାଉତରାୟ ଭୁବନେଶ୍ୱରବାସୀଙ୍କ ଉନ୍ନତି ପାଇଁ ଦିନ ରାତି ତାଙ୍କ ସହ କାମ କରିବେ । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିବାରେ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.