ରାହୁଲଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ପହଞ୍ଚିଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିଛି। ସୋମବାର ରାତିରେ କଂଗ୍ରେସ ନେତାମାନେ ନନ୍ଦେଦ ଜିଲ୍ଲାର ଡେଗଲୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଡେଗଲୁରର ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବାଗତ କରାଯାଇଥିଲା। ସ୍ବାଗତ ଉତ୍ସବ ପରେ ନେତାମାନେ ଏକତା ମଶାଲ ଧରି ଆଗକୁ ବଢ଼ିଥିଲେ। ମଧ୍ୟରାତ୍ରି ପରେ ନେତା ଓ କର୍ମୀମାନେ ଡେଗଲୁରର ଗୁରୁଦ୍ବାରାଠାରେ କିଛି ସମୟ ରହିବା ପରେ ଚିଦ୍ରବର ମିଲ୍‌ରେ ରାତ୍ରି ରହଣି କରିଛନ୍ତି।

ତାମିଲନାଡ଼ୁରୁ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୬୧ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କେରଳ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଅତିକ୍ରମ କରିସାରିଛି। ମହାରାଷ୍ଟ୍ରରେ ରାହୁଲ ଆସନ୍ତା ୧୦ ଓ ୧୮ ତାରିଖରେ ଦୁଇଟି ସଭାରେ ଉଦବୋଧନ ଦେବେ। ୧୪ ଦିନ ଉକ୍ତ ଯାତ୍ରା ମହାରାଷ୍ଟ୍ରରେ ଚାଲିବ।

Comments are closed.