ବିହାରରେ ପହଞ୍ଚିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ପାଟନା,: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି। ତେବେ ବିହାରରେ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବାପୁଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ବାପୁ ସମଗ୍ର ଦେଶକୁ ପ୍ରେମ ସହ ବଞ୍ଚିବାକୁ ଏବଂ ସତ୍ୟ ପାଇଁ ଲଢିବାକୁ ଶିଖାଇଦେଇ ଯାଇଛନ୍ତି। ଆଜି ସମସ୍ତେ ସେ ଦେଖାଇଥିବା ରାସ୍ତାରେ ଚାଲୁଛନ୍ତି।

ସକାଳୁ ଯାତ୍ରାର ଦ୍ୱିତୀୟ ଦିନରେ ପୂର୍ଣ୍ଣିଆରେ ସେ ବାପୁଙ୍କୁ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହା ପରେ ଯାତ୍ରା ଜାରି ରଖିଥିଲେ। କଂଗ୍ରେସ ନେତା ରାସ୍ତାରେ କିଛି ଚାଷୀଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଛନ୍ତି।

Comments are closed.