ଟାଟା ଷ୍ଟିଲ ନିର୍ମାଣ କରିବ ବନ୍ଦେ ଭାରତ ଏକ୍ସପ୍ରେସ

0

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ଏ ନେଇ ଭାରତୀୟ ରେଳବାଇ ‘ଟାଟା ଷ୍ଟିଲ୍‌’ ସହ ବୁଝାମଣାପତ୍ର ସ୍ବାକ୍ଷର ବି କରିସାରିଛି।

ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ରେଳ ମନ୍ତ୍ରାଳୟ ୨୦୦ ‘ବନ୍ଦେ ଭାରତ ଟ୍ରେନ୍‌’ ନିର୍ମାଣ କରିବାର ଯୋଜନା ରଖିଛି। ଏହାଛଡ଼ା ୨୦୨୪ ମସିହାରେ ପ୍ରଥମ ତ୍ରୈମାସରେ ଏହି ଟ୍ରେନ୍‌ର ସ୍ଲିପର୍‌ ଭର୍ସନ ବି ଚାଲିବାର ଯୋଜନା ରହିଛି।

Leave A Reply

Your email address will not be published.