ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି
ଭଦ୍ରକ, ୫ ।୧ : କାର୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସପି ଚରଣ ସିଂ ମୀନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଆଜି ତାଙ୍କ କାରକୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣାରେ ସୌଭାଗ୍ୟବଶତଃ ଭଦ୍ରକ ଏପସିଙ୍କ କିଛି କ୍ଷତି ହୋଇନାହିଁ । ଦୁର୍ଘଟଣାରେ ଭଦ୍ରକ ଏସ୍ପି ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।
ତେବେ ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ । ଏହି ସମୟରେ ପଛ ପଟୁ ଆସୁଥିବା ଏକ ଟ୍ରକ୍ ଏସପିଙ୍କ ଗାଡ଼ିକୁ ଡାହାଣ ପଟୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ହନୁମାନ ଛକ ନିକଟରୁ ଭଣ୍ଡାରିପୋଖରୀ ପୋଲିସ ଗାଡ଼ିକୁ ଜବତ କରିଥିଲା। ଏହାପରେ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
Comments are closed.