ଆଜି ବାଲେଶ୍ୱର ବନ୍ଦ
ବାଲେଶ୍ୱର ଅଫିସ : ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ କରାଯାଇଛି। ଦିବାଲୋକରେ ଚୋରି, ରାହାଜାନୀ ସହ ଗୁଳିକାଣ୍ଡ ଯୋଗୁ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି। ରାହାଜାନୀ ଓ ଆତଙ୍କ ଆଜି ଏ ସ୍ତରରେ ପହଞ୍ଚିଛି ଅପରାଧୀମାନେ ମନ ଇଛା ଲୁଟ କରୁଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ପୋଲିସ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ପୋଲିସ ପ୍ରଶାସନର ଏପରି ନିଷ୍କ୍ରିୟତାକୁ ବିରୋଧ କରି ପ୍ରାୟ ୬୨ଟି ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବାଲେଶର ପାଳନ କରିଛନ୍ତି। ବନ୍ଦ ଯୋଗୁ ଆଜି ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ ହୋଇଯାଇଛି ।
ବାଲେଶ୍ୱର ବିଷାକ୍ତ ନିଶା କାରବାର ଯୁବ ସମାଜକୁ ବିପଥଗାମୀ କରିଚାଲିଛି। ଜିଲାରେ ନିର୍ଦ୍ଦିଷ୍ଟ କେତେକ ଥାନା ଅଧିକାରୀ ନିଶା କାରାବାରରେ ଜଡିତ ରହି ବର୍ଷ ବର୍ଷ ଧରି ଫେରାର ଅଛନ୍ତି। ପୋଲିସ ଏହି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଧରୁ ନାହିଁ। ଏଠାରେ ଆଇନର ଶାସନ ନାହିଁ। ଲେଶର ସହରର ଜନୈକା ଥାନା ଅଧିକାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ଦାରା ଗିରଫ ହୋଇ ଜେଲରେ ଅଛନ୍ତି। ଆଇନ ଶୃଙ୍ଖଳା ସୁଧାର କରିବା ପାଇଁ ଉଭୟ ସରକାର ପଦକ୍ଷେପ ନେବା ଦିଗରେ ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଇଁ ବାଲେଶ୍ୱର ସିଭିଲ୍ ସୋସାଇଟି, ଦି ବାର୍ ଆସୋସିଏସନ୍ ଅଫ୍ ବାଲେଶ୍ୱର, ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ପଥ ବିକ୍ରେତା ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ଟିୟୁସିସି ସମେତ ବିଭିନ୍ନ ଶ୍ରମିକ ସଂଗଠନ,ବାମପନ୍ଥୀ ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବାଲେଶ୍ୱର ବ୍ୟବସାୟୀ ସଂଘ, ପେଟ୍ରୋଲ ପମ୍ପ ସଂଘ, ବାଲେଶ୍ୱର ଚାମର ଅଫ କମର୍ସ ସମେତ ଅନେକ ଗଣ ସଂଗଠନ ପକ୍ଷରୁ ଏହି ସାମୁହିକ ପ୍ରତିବାଦରେ ସାମିଲ ଅଛନ୍ତି।
Comments are closed.