ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ, ୨ ଅଟକ

ଭୁବନେଶ୍ୱର,୧୧ ।୨: ଭୁବନେଶ୍ୱର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ଏକ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ମହିଳା ଜଣକ ସ୍ୱାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ ମହିଳାଙ୍କର ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତର ଘର ଗଞ୍ଜାମରେ ହୋଇଥିବା ବେଳେ ସେ ଭୁବେନଶ୍ୱରର ଏକ ବସ୍ତିରେ ରହୁଥିଲେ । ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ ।

Comments are closed.